Odia News Portal

ବିନ୍ଦୁସାଗର: ଶ୍ରେୟ ନେବାକୁ ନାରାବାଜି ସହ ଧସ୍ତାଧସ୍ତି

ଭୁବନେଶ୍ୱର: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ନାରାବାଜିର ପ୍ରତିଯୋଗିତା । ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଜୁ ଜନତା ଦଳର ସମର୍ଥକ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି କରିଥିଲେ । ପୁରା ଅଞ୍ଚଳ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜିରେ କମ୍ପିଥିଲା । ସେହିପରି ବିଜେପି ସମର୍ଥକ ମଧ୍ୟ ପଛକୁ ନହଟି ଧର୍ମେନ୍ଦ୍ରଙ୍କ ସମର୍ଥନରେ ନାରାବାଜି କରିଥିଲେ । ତେବେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ବିଜେଡି-ବିଜେପି ସମର୍ଥକଙ୍କ ନାରାବାଜି ସହ ଧସ୍ତାଧସ୍ତି ହୋଇଥିଲା |

ଅନ୍ୟପଟେ, ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାରେ ଦେଖିବାକୁ ମିଳିଥିଲା ଆଉ ଏକ ରୋଚକ ଘଟଣା । ଷ୍ଟେଜ ଉପରେ ଭାଷଣ ଦେବା ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିନ୍ଦୁ ସାଗର ଓ ଲିଙ୍ଗରାଜ ପାଇଁ ରାଜ୍ୟ ସରକାର କଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଆଖିକୁ କିଛି କାମ ହୋଇଥିବା ପରି ଦେଖା ଯାଉନି ବୋଲି ଆକ୍ଷେପ କରିଥିଲେ ସାଂସଦ ଅପରାଜିତ। । ତେବେ ଏନେଇ ମଞ୍ଚରେ ଭାଷଣ ସମୟରେ ଏହାର ଜବାବ ରଖିଥିଲେ ଏକାମ୍ର୍ ବିଧାୟକ ଅଶୋକ ପଣ୍ଡା । ଗୋଟି ଗୋଟି କରି ରାଜ୍ୟ ସରକାର କଣ କଣ କରିଛନ୍ତି ତାହାର ହିସାବ ତାଲିକା ଦେଇଥିଲେ ।

ତେବେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ । ଆଜି ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏକାମ୍ର କ୍ଷେତ୍ରରେ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ସଫେଇ ପାଇଁ ଆଗରୁ ବହୁ ଯୋଜନାମାନ ହୋଇଛି ।ବର୍ତ୍ତମାନ ଏକାମ୍ର ଯୋଜନା ପ୍ରକଳ୍ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନତିକରଣ କାମ ହାତକୁ ନିଆଯାଇଥିବା ବେଳେ ଏହି କ୍ରମରେ ଶୁଭାରମ୍ଭ ହୋଇଛି ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ।