Odia News Portal

ପିପିଲି ପାଇଁ ନିର୍ବାଚନୀ ରଣହୁଙ୍କାର ଦେଲା ବିଜେପି

ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ପିପିଲି: ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ| ପିପିଲି ଉପନିର୍ବାଚନ ପାଇଁ ଆଜି ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ତେବେ ଆଶ୍ରିତ ନାମାଙ୍କନ ଦାଖଲ କରିବା ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ବାଇକ ରାଲିରେ ପୁରୀ ଅଭିମୁଖେ ବାହାରିଥିଲେ । ସେଠାରେ ସେ ବିଜେପିର ନେତା ଓ କର୍ମୀଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ।

ତେବେ ପ୍ରାର୍ଥୀପତ୍ର ଦାଖଲ ପରେ ଆଶ୍ରିତ କହିଛନ୍ତି ଯେ, ପିପିଲି ଉପନିର୍ବାଚନରେ ଲୋକଙ୍କ ବିଶ୍ୱାସ ବିଜୟ ହେବ, ବିଜୟୀ ହେବ ଭାରତୀୟ ଜନତା ପାର୍ଟି ।ଅନ୍ୟପକ୍ଷେ ବିଜେଡ଼ି ପକ୍ଷରୁ ପିପିଲି ପ୍ରାର୍ଥୀ ନେଇ ସସପେନ୍ସ ଜାରି ରହିଥିବା ସମୟରେ ଆଜି ଏହି ସସପେନ୍ସ ଉପରୁ ପରଦା ହଟିବ ବୋଲି ଚର୍ଚ୍ଚା ଜାରି ରହିଛି | ସେହିଭଳି କଂଗ୍ରେସ ମଧ୍ୟ ଦୁଇ ଦିନ ମଧ୍ୟରେ ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କରିବା ନେଇ ଘୋଷଣା କରିଛି |