Odia News Portal

ଭଦ୍ରକରେ ବିଜେପି କର୍ମୀଙ୍କର ତୁମୁଳ କାଣ୍ଡ

ଭଦ୍ରକ ଜିଲ୍ଲାରେ ବିଜେପି କର୍ମୀଙ୍କ ଉନ୍ମତ କାଣ୍ଡ । ବ୍ୟାପକ ଭଙ୍ଗାରୁଜା । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଭିତରକୁ ଧସେଇ ପଶିଲେ ବିଜେପି କର୍ମୀ । ଜିଲ୍ଲାପାଳଙ୍କ ଗାଡିକୁ ବାଡିରେ ପିଟି, କାର୍ୟ୍ୟାଳୟ ଭିତରେ ପଶି ଚେୟାର ଭାଙ୍ଗିଲେ ଉତ୍ତ୍ୟକ୍ତ ବିଜେପି କର୍ମୀ ।
ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣରେ ଚଞ୍ଚକତା ଅଭିଯୋଗରେ ବିକ୍ଷୋଭ ବେଳେ ଧସେଇ ପଶିଲେ । ପୋଲିସ ସହ ଧସ୍ତାଧସ୍ତି ପରେ ଧସେଇ ପଶିଲେ । ତେବେ ବିଭିନ୍ନ ସରକାରୀ ପୋଷ୍ଟର ଭାଙ୍ଗିଛନ୍ତି । ଜିଲ୍ଲାପାଳଙ୍କ ଗାଡିର ପ୍ଲେଟ ସହ ଚେୟାର ଭାଙ୍ଗିଛନ୍ତି । ଭଦ୍ରକ ଏସପି ଏବେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ସ୍ଥିତି ପରଖୁଛନ୍ତି ।