Odia News Portal

ପ୍ରକାଶ ପାଇଲା CBSE ଦଶମ, ଦ୍ୱାଦଶ ଆଡମିଟ୍ କାର୍ଡ ୨୦୨୩

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଶ୍ରେଣୀ ୧୦ ଏବଂ ୧୨ ବୋର୍ଡ ପରୀକ୍ଷା ୨୦୨୩ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିସାରିଛି। ସ୍କୁଲ କର୍ତ୍ତୃପକ୍ଷ CBSE ର ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ – cbse.gov.in
ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଦଶମ ଶ୍ରେଣୀ ପାଇଁ ସିବିଏସ୍ଇ ବୋର୍ଡ (ଥିଓରି) ପରୀକ୍ଷା ୨୦୨୩ ଫେବୃଆରୀ ୧୫ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ ରେ ଶେଷ ହେବ। ସେହିପରି ଫେବୃଆରୀ ୧୨ ରୁ ଏପ୍ରିଲ୍ ୫ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ।