Odia News Portal

୩୦ରେ କୃଷକ ସଙ୍ଗଠନ ସହ ଆଲୋଚନା କରିବ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି | କୃଷକ ସଙ୍ଗଠନ ସହ ଆଲୋଚନା କରିବାକୁ ପୁଣି ଆଗେଇ ଆସିଛନ୍ତି କେନ୍ଦ୍ର ସରକାର । ଯଦିଓ ପୂର୍ବରୁ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା ତେଣୁ ଏଥର କିଛି ଠୋସ୍ ନିଷ୍ପତ୍ତି ହେବ ବୋଲି କେନ୍ଦ୍ର ସରକାର ପୁଣି ଥରେ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏନେଇ ଆସନ୍ତା ୩୦ ତାରିଖରେ ବୈଠକ ପାଇଁ ପ୍ରସ୍ତାବ ଦେଇଛି କେନ୍ଦ୍ର । ବୁଧବାର ଅର୍ଥାତ ୩୦ ତାରିଖ ଦିନ ୨ଟାରେ ବୈଠକ ପାଇଁ ଚାଷୀଙ୍କୁ ଡାକିଛନ୍ତି କେନ୍ଦ୍ର ସରକାର ।

ପୂର୍ବରୁ ୨୯ ତାରିଖରେ ଆଲୋଚନା ହେବା ନେଇ କୁହାଯାଇଥିବା ବେଳେ ଆଜି ପୁଣି ୩୦କୁ ଘୁଞ୍ଚାଯାଇଛି ଆଲୋଚନା ।ତେବେ ୩୦ରେ ଆଲୋଚନା ନେଇ କୃଷକଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର କୃଷି ସଚିବ । ତେବେ ନୂଆ କୃଷି ବିଲ ପ୍ରତ୍ୟାହାର ଦାବିରେ ଦୀର୍ଘ ୩୦ ଦିନ ହେବ ଦିଲ୍ଲୀ ସୀମାରେ ଶୀତ କାକରରେ ପଡି ରହିଛନ୍ତି ଆନ୍ଦୋଳନରତ ଚାଷୀ | ତେବେ ଗତକାଲି ଆନ୍ଦୋଳନରତ ଚାଷୀମାନେ ଥାଳି ବାଡେଇ ପ୍ରତିବାଦ କରିଥିଲେ ।ଏବେ ଖାଲି ଦେଖିବାକୁ ବାକି ରହିଲା ଚାଷୀଙ୍କ ନିମନ୍ତେ କି ନିଷ୍ପତ୍ତି ନେଉଛନ୍ତି କେନ୍ଦ୍ର ସରକାର |