Odia News Portal

ସାଗରମଳା ପ୍ରକଳ୍ପ ପାଇଁ ନବୀନଙ୍କ ରୋଡମ୍ୟାପ

..ଓଡ଼ିଶା ସୁଦୀର୍ଘ ଉପକୂଳ ଓ ନୌବାଣିଜ୍ୟର ପରମ୍ପରା ବନ୍ଦର ବିକାଶରେ ସହଯୋଗ ହେବ
..ଶିଳ୍ପ ଓ ଯୋଗାଯୋଗ ଭିତ୍ତିକ ବନ୍ଦର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ଓଡ଼ିଶା ହେବ ମୁଖଶାଳା । ରାଜ୍ୟରେ ଶିଳ୍ପ ଓ ଯୋଗାଯୋଗ ଭିତ୍ତିକ ବନ୍ଦର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଗରମାଳା କମିଟିର ପ୍ରଥମ ବୈଠକରେ ଓଡ଼ିଶାରେ ବନ୍ଦର ସାଗରମାଳା କମିଟିର ପ୍ରଥମ ବୈଠକ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ନୌବାଣିଜ୍ୟ ବୋର୍ଡ । ଶିଳ୍ପ ବିକାଶରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।


ଓଡିଶାରେ ଥିବା ସୁଦୀର୍ଘ ଉପକୂଳ ପଥ ଓ ନୌବାଣିଜ୍ୟର ଗୌରବମୟ ପରମ୍ପରା ଆଗାମୀ ଦିନରେ ଓଡ଼ିଶାରେ ବନ୍ଦର ବିକାଶରେ ସହଯୋଗ କରିବ । ଆସନ୍ତାମାସରେ ଓଡ଼ିଶା ମାରିଟାଇମ ବୋର୍ଡ କାର୍ଯ୍ୟକ୍ଷମ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ବୋର୍ଡ ନୌବାଣିଜ୍ୟ କ୍ଷେତ୍ରରେ ଏକ ମାର୍ଗଦର୍ଶକ ଭଳି କାର୍ଯ୍ୟ କରିବ । ବନ୍ଦର ବିକାଶ ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ ରକ୍ଷାକୁ ସେ ଗୁରୁତ୍ୱ ଦେଇଛନ୍ତି । ସବୁ ବିଭାଗୀୟ ଅଧିକାରୀଙ୍କୁ ପ୍ରାଥମିକତା ଭିତ୍ତିରେ ସାଗରମଳା ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ର ପଦ୍ମନାଭ ବେହେରା କହିଛନ୍ତି ଯେ, ସାଗରମାଳା ପ୍ରକଳ୍ପରେ ବନ୍ଦର ଅଭିମୁଖୀ ଜଳ ପଥ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି । ଏଥିପାଇଁ କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ରାଜ୍ୟରେ ବର୍ତ୍ତମାନ ପାରାଦୀପ, ଧାମରା ଓ ଗୋପାଳପୁର ଏହି ୩ଟି ବନ୍ଦର କାର୍ଯ୍ୟକ୍ଷମ ଅଛି । ସୁବର୍ଣ୍ଣରେଖା, ଅସ୍ତରଙ୍ଗ, କେନ୍ଦ୍ରାପଡ଼ା ଓ ଜଟାଧାରୀ ମୁହାଣରେ ଦୁଇଟି ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ । ଏହା ଭିନ୍ନ ଆହୁରି ୮ଟି ସ୍ଥାନରେ ବନ୍ଦର ପ୍ରତିଷ୍ଠାର ସୁଯୋଗ ରହିଛି । ଏହି ସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫୦% ଆର୍ଥିକ ସହାୟତା ଯୋଗାଇଦେବେ । ସାଗରମାଳା ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୪ଟି ପ୍ରକଳ୍ପ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି ।