Odia News Portal

ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର

ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛନ୍ତି । ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୋଳ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ମନ୍ତ୍ରୀ ରୋହିତ ପୂଜାରୀ ବଲାଙ୍ଗୀର, ବିଧାୟକ ଅନନ୍ତ ଦାସ ବାଲେଶ୍ଵର, ବିଧାୟକ ଦେବେଶ ଆଚାର୍ଯ୍ୟ ବରଗଡ଼, ବିଧାୟକ ବ୍ୟୋମକେଶ ରାୟ ଭଦ୍ରକ, ବିଧାୟକ ମହୀଧର ରାଣା ବୌଦ୍ଧ, ବିଧାୟକ ପ୍ରମୋଦ ମଲ୍ଲିକ କଟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।

ସେହିପରି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଦେବଗଡ଼, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଢେଙ୍କାନାଳ, ମନ୍ତ୍ରୀ ଜଗନ୍ନାଥ ସାରକଥା ଗଜପତି, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଞ୍ଜାମ, ମନ୍ତ୍ରୀ ପ୍ରମିଳା ମଲ୍ଲିକ ଜଗତସିଂହପୁର, ମନ୍ତ୍ରୀ ସମୀର ରଞ୍ଜନ ଦାସ ଯାଜପୁର, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଝାରସୁଗୁଡ଼ା, ମନ୍ତ୍ରୀ ନବକିଶୋର ଦାସ କଳାହାଣ୍ଡି, ମନ୍ତ୍ରୀ ଶ୍ରୀକାନ୍ତ ସାହୁ କନ୍ଧମାଳ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା କମିଟିର ଚେୟାର ପର୍ସନ ଭାବେ ନିଯୁକ୍ତ ହୋଇଛନ୍ତି ।

ବିଧାୟକ ଜଗନ୍ନାଥ ନାୟକ କେନ୍ଦୁଝର, ବିଧାୟକ ରାଜେନ୍ଦ୍ର କୁମାର ସାହୁ ଖୋର୍ଦ୍ଧା, ବିଧାୟକ ରଘୁରାମ ପଡଲ୍ କୋରାପୁଟ, ମନ୍ତ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି, ମନ୍ତ୍ରୀ ଅଶ୍ବିନୀ ପାତ୍ର ମୟୂରଭଞ୍ଜ, ବିଧାୟକ ମନୋହର ରନ୍ଧାରୀ ନବରଙ୍ଗପୁର, ବିଧାୟକ ସତ୍ୟନାରାୟଣ ପ୍ରଧାନ ନୟାଗଡ଼, ମନ୍ତ୍ରୀ ଟୁକୁନି ସାହୁ ନୂଆପଡ଼ା, ମନ୍ତ୍ରୀ ନିରଞ୍ଜନ ପୂଜାରୀ ପୁରୀ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ।

ରାୟଗଡ଼ା ଜିଲ୍ଲା ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମ୍ବଲପୁର ପାଇଁ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସୁବର୍ଣ୍ଣପୁର ଜିଲ୍ଲା ପାଇଁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଧାୟକ ସାରଦା ପ୍ରସାଦ ନାୟକ ନିଯୁକ୍ତ ହୋଇଛନ୍ତି ।