Odia News Portal

ଆଜି ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିକ୍ରମ ଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ହେବେ ସାମିଲ

ଆଜି ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟପୁରର ବିକ୍ରମଦେବ କଲେଜର ୭୫ବର୍ଷ ପୂର୍ତ୍ତି ଊତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଗତକାଲି ବିକ୍ରମଦେବ କଲେଜକୁ ମିଳିଛି ବିଶ୍ବବିଦ୍ୟାଳୟର ମାନ୍ୟତା ମିଳିଛି । ମୁଖ୍ୟମନ୍ତ୍ରୀ ଏ ସଂପର୍କିତ ପ୍ରସ୍ତାବକୁ ଗତକାଲି ଅନୁମୋଦନ କରିଥିଲେ ।ଆଜି ମୁଖ୍ୟମନ୍ତ୍ରୀ କଲେଜର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।

ଏହାଛଡା ମୁଖ୍ୟମନ୍ତ୍ରୀ ଆଜି କୋରାପୁଟ ଜିଲ୍ଲାର ୧ ହଜାର ୫୯୬ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।