Odia News Portal

ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ୟସ୍‌ ।ତେବେ ରାଜ୍ୟ ସରକାରଙ୍କ ନିକଟରେ ଏବେ ଡବଲ୍ ଚ୍ୟାଲେଞ୍ଜ । କରୋନା ମହାମାରି ଭିତରେ ବାତ୍ୟା ୟସ୍‌କୁ ଭୟ ବୃଦ୍ଧି ପାଇଛି ।କିଭଳି କୋଭିଡ୍ ଗାଇଡ ଲାଇନକୁ ଅନୁସରଣ କରି ବାତ୍ୟା ମୁକାବିଲା କରାଯିବ ସେ ଉପରେ ଫୋକସ୍ ରଖିଛନ୍ତି ରାଜ୍ୟ ସରକାର ।ଆଉ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ।ତେବେ ବାତ୍ୟା ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇ ପାରନ୍ତି ।

ଅନ୍ୟପକ୍ଷେ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।ତେବେ ବାତ୍ୟା ୟସ୍‌ ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୪ଟି ଜିଲ୍ଲା । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ଯାହାକୁ ନଜରରେ ରଖି ଏନଡିଆରଏଫ୍ ଟିମ୍ ନିୟୋଜିତ କରାଯାଇଛି ।