Odia News Portal

ପଟ୍ଟାଙ୍ଗୀର ପୂର୍ବତନ ବିଧାୟିକାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ପଟାଙ୍ଗୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ପଟାଙ୍ଗୀଙ୍କ ପରଲୋକ ହୋଇଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଜି ଶୋକ ପ୍ରକାଶ କରିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡରେ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି କି, ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାଉନ୍ତାଙ୍କ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ । ଜନ ପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସୂଚନା ଥାଉକି, ସେ କୋରାପୁଟ ମାଟିର ଜନ୍ମିତ କନ୍ୟା ହୋଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସର ଟାଣୁଆ ନେତ୍ରୀ ଥିଲେ। ସେ ଜିଲ୍ଲା ପରିଷଦ ଅଧକ୍ଷା, ପଞ୍ଚାୟତ ସମିତିର ଅଧକ୍ଷା,ପୂର୍ବତନ ବିଧାୟିକା ଭାବେ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଇଆସିଥିଲେ।ଏଭଳି ଜଣେ ବରିଷ୍ଠ ନେତ୍ରୀଙ୍କ ପରଲୋକ ପରେ ତାଙ୍କ ପରିବାର ଠାରୁ ପ୍ରାରମ୍ଭ କରି ଅଞ୍ଚଳବାସୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି।