Odia News Portal

କମିଶନରେଟ ପୁଲିସର ଏନକାଉଣ୍ଟର, ଅପରାଧୀ ବାବୁ ଜଖମ୍

ଭୁବନେଶ୍ୱର – ଦୁର୍ଦ୍ଦାନ୍ତ ଅପରାଧି ସେକ୍ ବାବୁକୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ । ଏନକାଉଣ୍ଟରରେ ବାବୁ ଆହତ ହୋଇଛି । ତାର ବାମ ଗୋଡରେ ଗୁଳି ବାଜିଛି । ଆହତ ଅବସ୍ଥାରେ ବାବୁକୁ ଏସସିବି ମେଡିକାଲରେ ଭର୍ତ୍ତୀ କରାଯାଇଛି । ଦୁର୍ଦ୍ଦାନ୍ତ ଅପରାଧି ସକିଲର ସହଯୋଗୀ ହେଉଛି ବାବୁ । ବାବୁ ନାଁରେ କଟକର ବିଭିନ୍ନ ଥାନାରେ ୨୧ଟି ଅପରାଧିକ ମାମଲା ରହିଛି ।

ବାରଙ୍ଗ ନିକଟରେ ବାବୁକୁ ଅଟକାଇବାକୁ ଚେଷ୍ଟା କରିଥିଲା ସ୍ପେଷାଲ ସ୍କ୍ୱାର୍ଡ । କିନ୍ତୁ ବାବୁ ପୁଲିସ ଉପରକୁ ଗୁଳି ଚଳାଇଥିଲା । ଫଳରେ ପାଲଟା ଗୁଳି ଚାଳନା କରିଥିଲା ପୁଲିସ । ଏହି ଗୁଳି ବିନିମୟରେ କଟକ ଦରଘା ବଜାର ଆଇଆଇସି ଓ ସ୍ପେଷାଲ ସ୍କ୍ୱାର୍ଡ ହାବିଲଦାର ଆହତ ହୋଇଛନ୍ତି । ବାବୁ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି, ସ୍କୁଟି ଜବତ ହୋଇଛି ।