Odia News Portal

ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ ସାହାଯ୍ୟ କରିଥିବା କେତେକ ବରିଷ୍ଠ ନାଗରିକଙ୍କୁ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ନାଗରିକ ସଂଘ, ଓଡ଼ିଶା ଶାଖାରସଦସ୍ୟାମାନେ ମହାମାରୀ ସମୟରେଲୋକମାନଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିଥିଲେ । ସେମାନଙ୍କର ଏହି ମହତ କାର୍ଯ୍ୟକୁ ସମ୍ମାନ ଜଣାଇ ସମ୍ମମ୍ ପକ୍ଷରୁ ୮ ଜଣ ବରିଷ୍ଠ ନାଗରିକଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାକରାଯିବା ସହ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ଶନିବାର ହସ୍ପିଟାଲ୍ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମମ୍ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର୍ ଡଃ ବିରାଜ ମୋହନ ମିଶ୍ର ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁଙ୍କ ସମେତ ବରିଷ୍ଠ ନାଗରିକ ବିଜୟ କୁମାର ଦାସ, ଚଟ କିଶୋର ଭୋଳ, ସୁରେନ୍ଦ୍ର କୁମାର ମିଶ୍ର, ନୃସିଂହ ଚରଣ ସାହୁ, ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର ଏବଂ ମଦନ କୁମାର ଭୂୟାଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବି୍ରଗେଡିଅର୍ ମିଶ୍ର ସମ୍ଅଲ୍ଟିମେଟର ଏକ ବର୍ଷର ଯାତ୍ରା ଓ ରୋଗୀ ସେବା କ୍ଷେତ୍ରରେ ହସ୍ପିଟାଲ୍ର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ । କୋଭିଡ ମହାମାରୀର କରାଳଛାୟା ସତ୍ୱେ ହସ୍ପିଟାଲ୍ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାଘାତ ସୃ୍ଷ୍ଟି ହୋଇ ନଥିଲା ବୋଲି କହିବା ସହ ଉପଲବ୍ଧ ଥିବା ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

ସେହିପରି ବରିଷ୍ଠ ନାଗରିକଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ନେଇ ହସ୍ପିଟାଲ୍ର ସିନିୟର୍ କନ୍ସଲଟାଂଟମାନେ ଆଲୋକପାତ କରିଥିଲେ । ସବୁ ବର୍ଗର ବ୍ୟକ୍ତିଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଏକ ସ୍ୱତନ୍ତ୍ର ୟୁନିଟ୍ ଆରମ୍ଭ କରାଯାଇଛି ।ହସ୍ପିଟାଲ୍ର ଚିଫ୍ ଏକ୍ଜିକୁ୍ୟଟିଭ୍ ଅଫିସର ଡଃ ଶ୍ୱେତପଦ୍ମା ଦାଶଙ୍କର ପ୍ରଚେଷ୍ଟା ଓ ନେତୃତ୍ୱ ବଳରେ ମାତ୍ର ଏକ ବର୍ଷର ଯାତ୍ରା ମଧ୍ୟରେ ସମ୍ ଅଲ୍ଟିମେଟ ମେଡିକେୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଆଗାମୀ ଦିନରେ ମଧ୍ୟ ଏଭଳି ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରକ୍ରିୟା ଜାରୀ ରଖିବା ନେଇ ଡଃ ଦାଶବେଶ ଆଶାବାଦୀ ଅଛନ୍ତି |