Odia News Portal

ଆଜି ରାଜ୍ୟରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ୨୪ ଘଂଟାରେ ୧୦ ହଜାର ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୪୮ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୩ ହଜାର ୮୭ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୮.୪୩ ପ୍ରତିଶତ । ସୁନ୍ଦରଗଡରୁ ୧ ହଜାର ୯୪୩, କଟକରୁ ୯୦୯ ଓ ସମ୍ବଲପୁରରୁ ୫୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ୨୪ ଘଣ୍ଟାରେ ୭୪ ହଜାର ୯୩୬ ଟେଷ୍ଟିଂ ହୋଇଛି । ଏବେ ଆକ୍ଟିଭ୍ କେସ୍ ରହିଛି ୬୧ ହଜାର ୮୦୯ । ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ସଂକ୍ରମିତ ହୋଇଛନ୍ତି ୧ ହଜାର ୨୧ ଜଣ ।