Odia News Portal

ଧୋନିଙ୍କୁ ୧୨ ଲକ୍ଷ ଟଙ୍କାର ଭାରି ଜରିମାନା

ଆଇପିଏଲ୍ ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ ଲଗାଇଛନ୍ତି ଜରିମାନା |

ନୂଆଦିଲ୍ଲୀ: ସିଏସକେ କ୍ୟାପଟେନ୍ ଧୋନିଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା। ମ୍ୟାଚ୍ ପରେ ଆଇପିଏଲ୍ ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ ଲଗାଇଛନ୍ତି ଧୋନିଙ୍କ ଉପରେ ଜରିମାନା | ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସ୍ଲୋ ଓଭର ରେଟ୍ ପାଇଁ ଧୋନିଙ୍କ ଉପରେ ପ୍ରାୟ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ବିସିସିଆଇ ନିୟମ କରିଛି ଯେ ପ୍ରତ୍ୟେକ ଟିମକୁ ୯୦ ମିନିଟରେ ୨୦ ଓଭର ପୁରା କରିବାକୁ ହେବ। ଏହା ପୂର୍ବରୁ ନିୟମ ଥିଲା ଯେ ୨୦ତମ ଓଭର ୯୦ ମିନିଟରେ ଆରମ୍ଭ କରାଯାଉ କିନ୍ତୁ ବର୍ତ୍ତମାନ ଦେଢ଼ ଘଣ୍ଟା ଭିତରେ ନିର୍ଦ୍ଧାରିତ ୨୦ ଓଭର ଶେଷ କରିବାକୁ ହେବ। ୯୦ ମିନିଟରେ ଟିମକୁ ଅଢେଇ-ଅଢେଇ ମିନିଟର ଦୁଇଥର ଟାଇମ୍ ଆଉଟ୍ ମିଳିବ।

ଅନ୍ୟପକ୍ଷେ ସିଏସକେ ମ୍ୟାଚ ହାରିବାପରେ ଧୋନି କହିଛନ୍ତି କି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆଇପିଏଲର ପ୍ରଥମ ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ବୋଲରଙ୍କୁ ନିଜ ନିଜ ଭୁଲ ସୁଧାରିବାକୁ ହେବ। ଧୋନି କହିଥିଲେ, ‘ଆମେ ଆହୁରି ଭଲ ବୋଲିଂ କରି ପାରିଥାନ୍ତି। ଆଗକୁ ଭଲ ପ୍ରଦର୍ଶନ କରିବେ।’ଯୁବ କ୍ୟାପଟେନ ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲର ପ୍ରଥମ ମ୍ୟାଚରେ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୭ ୱିକେଟରେ ହରାଇଛି। ସିଏସକେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୮୯ ରନର ଲକ୍ଷ୍ୟ ଦେଇଥିଲା। ଦିଲ୍ଲୀ ଟିମର ଶିଖର ଧୱନ ଓ ପୃଥ୍ବୀ ଶଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଟିମ ସହଜରେ ବିଜୟ ହାସଲ କରିଥିଲା।