Odia News Portal

ଆହତ ଅବସ୍ଥାରେ ହରିଣ ଉଦ୍ଧାର

ଗଞ୍ଜାମ: ଜଙ୍ଗଲ କ୍ଷୟ କାରଣରୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ତେବେ ସେମାନଙ୍କୁ କେତେକ ଖଳପ୍ରକୃତିର ଲୋକ ଶିକାର କରୁଥିବା ମଧ୍ୟ ବହୁ ସମୟରେ ନଜର ରହିଛି । ସେହିପରି ସୋମବାର ଅପରାହ୍ନ ୧:୫୦ ମିନିଟରେ ଏକ ହରିଣ ଦୁର୍ଘଟଣା ଅବସ୍ଥାରେ କୋଦଳା- ଖଲ୍ଲିକୋଟ ମୁଖ୍ୟ ରାସ୍ତା ଇଣ୍ଡିଆନ ଗ୍ୟାସ ଅଫିସ ନିକଟରେ ପଡିରହିଥିବା ବେଳେ ବୁଢ଼ାମ୍ବର ରାଜା ଖାନ ଓ କୋଦଳାର ସାଗର ନାୟକ ସାମ୍ବାଦିକ ଭଗବାନ ପାଢୀଙ୍କୁ ଜଣାଇଥିଲେ।

ଏହାପରେ ସେଠାରେ ସେ ପହଁଚି ବାଇକ ଯୋଗେ ପ୍ରଥମେ ସେ କୋଦଳା ପ୍ରଣୀ ଚିକିତ୍ସା କେନ୍ଦ୍ର କୁ ନେଇଥିଲେ। ଏବଂ ଫରେଷ୍ଟ ଅଫିସରେ ଯୋଗଯୋଗ କରିବାରୁ ସେଠାରେ ଫରେଷ୍ଟ ଗାର୍ଡ ଲିଲି ମଲ୍ଲିକ ,ଫରେଷ୍ଟ କର୍ମଚାରୀ ସୁଶାନ୍ତ କୁମାର ସାହୁ, ଷ୍ଟାପ କମ୍ଭୁପାଣି ଗୋୖଡ଼ ଆଦି ଉପସ୍ଥିତ ରହି ତାକୁ ଯତ୍ନ ସହକାରେ ଉଦ୍ଧାର କରିଛନ୍ତି । ହରିଣଟିକୁ ବର୍ତ୍ତମାନ କୋଦଳା ବନପାଳଙ୍କ କାର୍ଯ୍ୟଳୟରେ ଛଡ଼ାଯାଇଛି ଓ ତାହାର କିଭଳି ଚିକିତ୍ସା ଭଲ ଭାବେ ଚାଲୁ ରହିବ ସେ ନେଇ ଦୃଷ୍ଟି ଦିଆଯିବ, ଏଥି ସହିତ ସହିତ ହରିଣଟି ଗର୍ଭଣି ଅଛି ବୋଲି ମଧ୍ୟ ସୂଚନା ମିଳିଛି।