Odia News Portal

ଫ୍ରେବ୍ରୁୟାରୀ ୧୦ ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁଣିଥରେ ନିଜ ରାଜ୍ୟକୁ ଆସୁଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ । ଆସନ୍ତା ଫେବ୍ରୁଆରୀ ୧୦ ତାରିଖରେ ଓଡିଶା ମାଟିରେ ସେ ପଦାର୍ପଣ କରିବେ । ରାଜଧାନୀ ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି । ଏ ନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୂଳପତି ଅପରାଜିତା ଚୌଧୂରୀ ସୂଚନା ଦେଇଛନ୍ତି ।