Odia News Portal

ମକର ସଂକ୍ରନ୍ତିରେ ବନ୍ଦ ରହିବ ମା ତାରିଣି ପୀଠ

ଘଟଗାଁ: ମକର ସଂକ୍ରାନ୍ତିରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ତାରିଣୀ ପୀଠ । କରୋନା ସ୍ଥିତି ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମନ୍ଦିର ପ୍ରଶାସନ ଜାରି କରିଛି ନିଷେଧାଦେଶ । ନିର୍ଦ୍ଦେଶ ଅନୁଯାୟୀ ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିବ । ମକର ସଂକ୍ରାନ୍ତି ଅବସରରେ ତାରିଣୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ଆଶଙ୍କା ଥିବାରୁ କଟକଣା ଜାରି କରାଯାଇଛି । ତେବେ ରୀତିନୀତି ଅନୁଯାୟୀ ପୂଜାବିଧି ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି । ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ପାର୍ କରିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଖୋର୍ଦ୍ଧାରେ ୩ ହଜାର ୧୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି କେନ୍ଦୁଝର ପ୍ରଶାସନ ତାରିଣୀ ମନ୍ଦିରକୁ ମକର ସଂକ୍ରାନ୍ତିରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।