Odia News Portal

ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ବ୍ରାଭୋ

ଦୁବାଇ: କାରବିଆନ ଦକ୍ଷ ଅଲରାଉଣ୍ଡର ତଥା ଡେଥ ଓଭର ସ୍ପେଶାଲିଷ୍ଟ ଡ୍ୱେନ ବ୍ରାଭୋ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପରାଜୟ ପରେ ସେ ନିଜର ଅବସର ଘୋଷଣା କରିଛନ୍ତି । ତେବେ ୧୮ ବର୍ଷର କ୍ରିକେଟ କ୍ୟାରିୟର ଭିତରେ ସେ ଅନେକ କ୍ଷ୍ୟାତି କମେଇଛନ୍ତି । ଯଦି ଆମେ କହିବା ତେବେ ସେ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସ ତରଫରୁ ଖେଳି ଦଳକୁ ଅନେକ ବିଜୟ ଭେଟି ଦେଇଛନ୍ତି । ଖାସକରି ତାଙ୍କର ଡେଥ ଓଭରରେ ଆକ୍ରମଣାତ୍ମକ ବୋଲିଂ କରିବାର ଶୈଳୀ ସମସ୍ତଙ୍କୁ ପସନ୍ଦ ଆସିଥାଏ ।

ସେ ଅବସର ଘୋଷଣା କରିବା କହିଛନ୍ତି କି, ‘ମୁଁ ଭାବୁଛି ସମୟ ଆସିଛି । ୧୮ ବର୍ଷର କ୍ୟାରିୟର ଭିତରେ ମୁଁ ବହୁତ କିଛି ଉତଥାନ ପତନ ଦେଖିଛି । କିନ୍ତୁ ଯେତେବେଳେ ମୁଁ ଏହା ପଛକୁ ଚାହେଁ ସେତେବେଳେ କାରିବିଆନ୍ ଲୋକେ ମୋତେ ସଦା ସର୍ବଦା ଦେଖାଯିବେ । କାରଣ ଏଠାରେ ଏତେ ଦିନ ପର୍ୟ୍ୟନ୍ତ ପ୍ରତିନିଧିତ୍ୱ କରିଥିବାରୁ ମୁଁ ବହୁତ କୃତଜ୍ଞ । ମୋ କ୍ୟାରିୟରରେ ତିନୋଟି ଆଇସିସି ଟାଇଟଲ୍ ଜିତିବା ଏକ ବଡ଼ ସଫଳତା ।