Odia News Portal

ଜଙ୍ଗଲରେ ଅସୁରକ୍ଷିତ ହାତୀ,ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ଶମିଳିପାଳ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ପୋଷା ହାତୀ ଶୋଭାର ମୃତ୍ୟୁ ହୋଇଛି । ଶୋଭା ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲା । ଚିକିତ୍ସା ଅବହେଳାରୁ ଶୋଭା ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ୨୦୦୨ ମସିହାରେ କର୍ଣ୍ଣାଟକରୁ ଏହି ହାତୀକୁ ଶିମିଳିପାଳ ଅଣାଯାଇଥିଲା । ସେବେଠୁ ସେ ସେଠାରେ କୁଙ୍କି ହାତୀଭାବେ କାର୍ଯ୍ୟରେ ନିୟୋଜିତ ହେଉଥିଲା । ୬୫ ବର୍ଷିୟ ଶୋଭା ଅସୁସ୍ଥ ହୋଇପଡିବାରୁ କିଛି ଦିନ ହେବ ତାକୁ ଜେନାମିଲ ରେଞ୍ଜରେ ରଖି ଚିକିତ୍ସା କରଯାଯାଉଥିବା ବେଳେ ତାର ମୃତ୍ୟୁ ହୋଇଛି । ବାଘ ଗଣନା କ୍ଷେତ୍ରରେ ଶୋଭାର ଅବଦାନ ବହୁତ ରହିଛି । ଶୋଭାର ଦେଖାରଖା କରୁଥିବା ମାଉତ ଦୁଖଃରେ ଭାଙ୍ଗିପଡିଛନ୍ତି । ତେବେ ଶୋଭାର ମୃତ୍ୟୁର ପ୍ରକୃତ କାରଣ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଚିକିତ୍ସା ଅବହେଳାରୁ ଶୋଭାର ମୃତ୍ୟୁ ହୋଇଥିବା କହିଛନ୍ତି ପୂର୍ବତନ ବନ୍ୟପ୍ରାଣି ସଂରକ୍ଷକ ।

ସେପଟେ ଶିମିଳିପାଳ ହାତୀ ଶିକାରର ଗୁମର ଖୋଲିଛନ୍ତି ମାହୁନ୍ତ । ନିକଟରେ ହାତୀପୋଡି ଘଟଣାର ପ୍ରତ୍ୟକ୍ଷଦର୍ଶୀ ନିକଟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ହେଲେ ଏବେ ଜେନାବିଲ୍ ରେଜଂରରେ ଥିବା କୁମକୀ ହାତୀମାନଙ୍କ ମାହୁନ୍ତ ଶାଙ୍ଖ ମାହାଲି ଗୁମର ଖୋଲିଛନ୍ତି । ହାତୀ ମୃତ୍ୟୁ ଘଟଣା ବାବଦରେ ସେ କ୍ଷେତ୍ର ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକଙ୍କୁ ଜଣାଇଥିଲେ । ହେଲେ ଘଟଣା ଜାଣିବା ପରେ ବନ ଅଧିକାରୀ ମାନେ ତାଙ୍କୁ ଉଠାଇ ଆଣି କବାଟଖାଇ ବିଟ୍ ହାଉସରେ ରଖିଥିଲେ । ଏମିତିକି ମୁହଁ ନଖୋଲିବାକୁ ବନ ଅଧିକାରୀ ତାଙ୍କୁ ତାଗିଦ କରିଥିବା ସୂଚନା ରହିଛି । ନଚେତ ଜେଲ ଭିତରକୁ ପଠାଇ ଦେଇଥିବା ଭଳି କଥା କହିଛନ୍ତି ମାହୁନ୍ତ ଶାଙ୍ଖ ମାହାଲି । ଏହି ଘଟଣାରେ ତିନି ବନକର୍ମଚାରୀ ପ୍ରଥମେ ନିଲମ୍ବିତ ହୋଇଥିବା ବେଳେ ଗିରଫ ମଧ୍ୟ ହୋଇଛନ୍ତି ।