Odia News Portal

ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବାଲେଶ୍ବର ଦାୟିତ୍ଵ

ଭୁବନେଶ୍ୱର: ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ବର ଦାୟିତ୍ଵ । ବାଲେଶ୍ବର ଯିବାକୁ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ରହି ଶକ୍ତିମନ୍ତ୍ରୀ ବାତ୍ୟା ସ୍ଥିତି ଉପରେ ନଜର ରଖିବେ । ଆଇଏମ୍‌ଡିର ସୂଚନା ମୁତାବକ ବାଲେଶ୍ୱର-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ।

ଆସନ୍ତାକାଲି ସକାଳ ସୁଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏବଂ ମଧ୍ୟାହ୍ନ ସୁଧା ଅତିଭୀଷଣ ବାତ୍ୟା ଆକାରରେ ୟାସ୍ ସ୍ଥଳଭାଗକୁ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ସମୟରେ ଏହା ଧାମରା ଓ ଚାନ୍ଦବାଲିରେ ବ୍ୟାପକ କ୍ଷୟକ୍ଷତି ଘଟାଇବ । ଏହି ସମୟରେ ଅଧିକ ୧୫୫-୧୬୫ ବେଗରେ ପବନ ବହିବା ସହ ବିଦ୍ୟୁତ ସେବା ମଧ୍ୟ ବ୍ୟାହାତ ହେବ । ଏଣୁ ବାତ୍ୟା  ମୁକାବିଲା ଓ ପରବର୍ତ୍ତୀ ସମୟର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।