Odia News Portal

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇବ ଚୂଡାନ୍ତ ପାର୍ଥୀ ତାଲିକା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଏହାସହ ଆଜି ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ବି ରହିଛି । ପଞ୍ଚାୟତ ନିର୍ବାଚନ ପାଇଁ ଘରକୁ ଘର ଗାଁ ରୁ ଗାଁ ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତା ଓ କର୍ମୀ ଭୋଟ ମାଗୁଛନ୍ତି । ସରପଞ୍ଚ, ସମିତିସଭ୍ୟ ଓ ଓ୍ୱାର୍ଡମେମ୍ବର ପ୍ରାର୍ଥୀମାନେ ମଧ୍ୟ ଜୋରଦାର ପ୍ରଚାରରେ ଲାଗି ପଡ଼ିଲେଣି ।
କରୋନା କଟକଣା ଯୋଗୁ ସଭା ଓ ଶୋଭାଯାତ୍ରା ଉପରେ ରୋକ ଲାଗିଥିବାରୁ ଡୋର୍ ଟୁ ଡୋର୍ କ୍ୟାମ୍ପେନ ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଏହା ସହିତ ଚଳିତ ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ପ୍ରଚାର ପ୍ରାର୍ଥୀଙ୍କ ପାଇଁ ନୂଆ ମାଧ୍ୟମ ପାଲଟିଛି । ସେହିପରି ନାମାଙ୍କନ ଦାଖଲ ପରେ ଯାଞ୍ଚ ସମୟରେ ଅନେକ ଆଶାୟୀଙ୍କର ଟିକେଟ୍ କଟିଛି । ବିଭିନ୍ନ କାରଣରୁ ମୋଟ ୮ ହଜାର ୬୪୮ଟି ନାମାଙ୍କନ ନାକଚ ହୋଇଥିବା ବେଳେ, ଏବେ ବି ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀପତ୍ର କାଏମ ରହିଛି ।