Odia News Portal

ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ଶେଷ ହେଲା ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ରାଜ୍ୟର ୩୦ ଜିଲ୍ଲାର ୭୧ ବ୍ଲକରେ ଶେଷ ହେଲା ମତଦାନ । ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ସବୁଠି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇଛି । ପ୍ରତି ବ୍ଲକ ହେଡକ୍ୱାଟରରେ ଗୋଟିଏ ଲେଖାଏଁ ମହିଳାମାନଙ୍କ ପାଇଁ ପିଙ୍କ ବୁଥ ଖୋଲାଯାଇଛି । ଦିନ ଗୋଟିଏ ସୁଦ୍ଧା ଯେଉଁମାନେ ବୁଥ ଭିତରେ ଥିବେ ସେମାନଙ୍କୁ ଭୋଟ ଦେବାକୁ ସୁଯୋଗ ଦିଆଯାଉଛି । ୨୦୦ ଜିଲ୍ଲା ପରିଷଦ ଆସନର ଭୋଟିଂ ହୋଇଛି । ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର । ରାଜ୍ୟରେ ମୋଟ ୧୩ ହଜାର ୭୮୫ଟି ଉତ୍ତେଜନାପ୍ରବଣ ବୁଥ୍ ଚିହ୍ନଟ ହୋଇଛି । ୩ ହଜାର ୩୫୭ଟି ସମ୍ବେଦନଶୀଳ ବୁଥରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ମାଓ ପ୍ରବଣ ଜିଲ୍ଲାରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥରେ ଭୋଟ ଗ୍ରହଣ ବେଳେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପାଇଁ ବ୍ୟବସ୍ଥା ହୋଇଛି ।