Odia News Portal

ପୁରୀରେ ଖାଦ୍ୟ ସୁରକ୍ଷା ଟିମର ଯାଞ୍ଚ

ପୁରୀ : ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟମାନ ଯାଞ୍ଚ | ଆଜି ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ ବେଳାଭୂମିରେ ଥିବା ପ୍ରାୟ ୧୨ଟି ହୋଟେଲ ଓ ରେଷ୍ଟୁରାଣ୍ଟ ଅଚାନକ ପରିଦର୍ଶନ କରି ବିଭିନ୍ନ ଖାଦ୍ୟମାନ ଯାଞ୍ଚ ନିମନ୍ତେ ନମୁନା ସଂଗ୍ରହ କରିଛନ୍ତି ।ତେବେ ଖାଦ୍ୟ ଅନୁପଯୋଗୀ ୧୫ କିଲୋଗ୍ରାମ ବାସି ଖାଦ୍ୟକୁ ଜବତ କରି ଏହି ଟିମ ନଷ୍ଟ କରିଛନ୍ତି ।ତେବେ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୧୧ ହଜାର ଟଙ୍କା ଜରିମାନା ଆଦାୟ ମଧ୍ୟ ହୋଇଛି । ଏଥିସହ କିଛି ହୋଟେଲକୁ ମଧ୍ୟ ଏହି ନିମନ୍ତେ ନୋଟିସ ଜାରି କରାଯାଇଛି । ଏହି ଟିମରେ ସ୍ୱାସ୍ଥ୍ୟ ଅଧିକାରୀ ଡଃ ଅଶୋକ ସେଠ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାଜେଶ୍ୱରୀ ପତି, ଖାଦ୍ୟ ଯାଞ୍ଚ ସହାୟକ ଶ୍ରୀ ଭ୍ରମରବର ଜେନା ଓ ଶ୍ରୀ ସୁଶାନ୍ତ ଜେନା ପ୍ରମୁଖ ଆଦି ଉପସ୍ଥିତ ଥିଲେ।