Odia News Portal

ଆଜିଠୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ, ପ୍ରଥମ ଦିନରେ କଳିଙ୍ଗରେ ପଦାର୍ପଣ ବିଶ୍ୱକପର ମ୍ୟାଚ ଖେଳିବ ଭାରତ

କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବିଗ୍ ଟିକେଟ ଟୁର୍ଣ୍ଣାମେଣ୍ଟ । ଆଜିଠାରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ । ଭାରତରେ ପ୍ରଥମ ଥର ପାଇଁ ଖେଳାଯାଉଛି ଏହି ଫିଫା ଯୁବା ବିଶ୍ୱକପ । ଭୁବନେଶ୍ୱର ସମେତ ଗୋଆ ଓ ନବୀ ମୁମ୍ବାଇରେ ମ୍ୟାଚ ସବୁ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ ଏ ର ସବୁ ମ୍ୟାଚ ଖେଳାଯିବ । ଏହାଛଡା ନାଇଜେରିଆ ଓ ଚିଲି ମ୍ୟାଚ ବି ଏଠାରେ ଖେଳାଯିବ । ଆମେରିକା, ବ୍ରାଜିଲ, ମରକ୍କୋ ସହ ଭାରତ ଏହି ଗ୍ରୁପ ଏ ରେ ସ୍ଥାନ ପାଇଛି ।

କଳିଙ୍ଗରେ ଆଜି ଗ୍ରୁପ ଏ ର ଉଦଘାଟନୀ ମ୍ୟାଚ୍ ବ୍ରାଜିଲ ଓ ମରକ୍କୋ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ଅପରାହ୍ନ ସାଢେ ୪ଟାରେ ଆରମ୍ଭ ହେବ । ଏହି ମ୍ୟାଚ ପରେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିତୀୟ ମ୍ୟାଚ ଖେଳାଯିବ । ଭାରତ ପ୍ରଥମ ଥର ପାଇଁ ଏହି ବିଶ୍ୱକପରେ ଖେଳୁଛି । ଆୟୋଜକ ଦେଶ ହୋଇଥିବାରୁ ଭାରତକୁ କୈ।ଣସି ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଖେଳିବାକୁ ପଡ଼ିନାହିଁ। ଫିଫାର ଯେକୌଣସି ବିଶ୍ୱକପରେ ଭାରତ ପ୍ରଥମ ପଦାର୍ପଣ କରୁଛି । ଭାରତ ୧୭ ବର୍ଷରୁ କମ୍ ବିଶ୍ୱକପର ଅଷ୍ଟମ ସଂସ୍କରଣ ଆୟୋଜନ କରୁଛି । ମୋଟ ୧୬ଟି ଦେଶର ଟିମ୍ ଏଥିରେ ଭାଗ ନେଉଛନ୍ତି। ୪ଟି ଗ୍ରୁପରେ ୪ଟି ଲେଖାଏଁ ଦଳ ରହିଛନ୍ତି। ଏହିମାସ ୨୯ ତାରିଖରେ ନବୀ ମୁମ୍ବାଇରେ ଖେଳାଯିବ ଫାଇନାଲ ମ୍ୟାଚ।

ପ୍ରଥମେ ଏହି ଦ୍ୱିବାର୍ଷିକ ପ୍ରତିଯୋଗିତା ୨୦୨୦ରେ ଆୟୋଜିତ ହେବାର ଥିଲା । କିନ୍ତୁ କୋଭିଡ ମହାମାରୀ ଯୋଗୁଁ ଏହା ବିଳମ୍ବିତ ହୋଇଛି ।