Odia News Portal

ଔଷଧ ଦୋକାନରେ ବିକ୍ରୀ ଚାଲିଥିଲା ତମାଖୁ ତାପରେ….

*ଦୋକାନ ସିଲ୍ ସହିତ ୩ ଜଣଙ୍କୁ ଗିରଫ କରିଛି ପୁଲିସ ।

ଭଦ୍ରକ: ସପ୍ତାହନ୍ତ ସଟଡାଉନରେ ଔଷଧ ଦୋକାନରେ ବିକ୍ରୀ ହେଉଥିଲା ନିଷା ସାମଗ୍ରୀ ଗୁଟଖା ଓ ସିଗାରେଟ, କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ | ଦୋକାନ ସିଲ୍ ସହିତ ୩ ଜଣଙ୍କୁ ଗିରଫ କରିଛି ପୁଲିସ, ଏଥିସହତ ୨୫ ହଜର ଟଙ୍କା ଜୋରମାନ ମଧ୍ୟ ଆଦାୟ କରିଛି ପ୍ରଶାସନ | ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରରେ | ସପ୍ତାହନ୍ତ ସଟଡାଉନ ପାଇଁ ଅତ୍ୟାବଶ୍ୟ ସେବା ଛାଡ଼ି ଭଦ୍ରକ ସହରାଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି |

ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ପୋଲିସ ମିଳିତ ଭାବେ ସହରର ବିଭନ୍ନ ସ୍ଥାନରେକୋଭିଡ କଟକଣାର ଯାଞ୍ଚ ଜାରୀ ରଖିଛି | ତେବେ ମିଳିତ ଏନଫୋର୍ସମେଣ୍ଟ ବେଳେ ସହରର ନୂଆବଜର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଦିନଦୟାଲ ଔଷଧ ଦୋକାନରେ କିଛି ଲୋକ ଜମା ହୋଇଥିବା ଥିବା ଏନଫୋର୍ସମେଣ୍ଟ ଟିମ ନଜରକୁ ଆସିଥିଲା | ପରେ ଔଷଧ ଦୋକାନରେ ନିଷା ସାମଗ୍ରୀ ସିଗାରେଟ ଓ ଗୁଟଖା ବକ୍ରୀ ହେଉଥିବା ଜଣାବାକୁ ପାଇଥିଲା ଏନଫୋର୍ସମେଣ୍ଟ ଟିମ୍ | ପରେ ଯାଞ୍ଚ କରିବା ସମୟରେ ଦୋକାନ ଭିତରୁ ବହୁ ପରମାଣର ସିଗାରେଟ ଓ ଗୁଟଖା ଜବତ କରିଥିଲା ପୁଲିସ |

ଉପ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଉପସ୍ଥତିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପ୍ରଶାସନ | ତୁରନ୍ତ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଦିନଦୟାଲ ଔଷଧ ଦୋକାନକୁ ସିଲ୍ କରିବା ସହିତ ୨୫ ହଜାର ଟଙ୍କା ଜୋରମାନ ଆଦାୟ କରିଛି ପ୍ରଶାସନ | ଏଥିସହ ଔଷଧ ଦୌକାନରେ ନିଶା ଦ୍ରବ୍ୟ ବିକ୍ରୀ ଅଭିଯୋଗରେ ଦକାନ ମାଲିକ ସହିତ ୨ ଜଣ କର୍ମଚାରୀ ଗିରଫ କରିଛି ଟାଉନ ପୁଲିସ | ତେବେ ସଟଡାଉନ ସମୟରେ ଏକ ଔଷଧ ଦୋକାନରେ ନିଶା ସାମଗ୍ରୀ ବିକ୍ରୀ ନେଇଁ ବଡ଼ କାର୍ଯ୍ୟାନୁଷ୍ଠା ନେଇଛି ଭଦ୍ରକ ପ୍ରଶାସନ |