Odia News Portal

ଟିକା ନନେଲେ ମିଳିବନି ସରକାରୀ ସୁବିଧା !

ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ବାଣୀ । ଜାଣିଶୁଣି କରୋନା ଟିକା ନ ନେଲେ ଅସୁବିଧାରେ ପଡ଼ିପାରନ୍ତି କରୋନା ଯୋଦ୍ଧା । ଟିକା ନ ନେଲେ ମିଳିବ ନାହିଁ କୌଣସି ସରକାରୀ ସୁବିଧା,ଏହାସହ ମାଗଣା ଚିକିତ୍ସା କିମ୍ବା ମୃତ୍ୟୁ ପରେ ପରିବାରକୁ ମିଳୁଥିବା ସହାୟତା ମଧ୍ୟ ମିଳିବ ନାହିଁ । ଏନେଇ ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ।

ଏବେ ସୁଦ୍ଧା ୮୫ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି ।ତେବେ ଏବେବି ବହୁ ସ୍ୱାସ୍ଥ୍ୟକର୍ମୀ ପଞ୍ଜିକରଣ କରି ଟିକା ନେଉନାହାନ୍ତି ବୋଲି ଜଣାଇଛି ସ୍ବାସ୍ଥ୍ୟ ବିଭାଗ । ତାଲିକା ଅନୁଯାୟୀ କେନ୍ଦ୍ରରୁ ଟିକା ମିଳୁଛି । ଟିକାର ସମ୍ପୂର୍ଣ୍ଣ ବିନିଯୋଗ ନହେଲେ ଆମେ ପ୍ରଭାବିତ ହେବା ।ଟିକାକରଣରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି ।ତେବେ ଟିକା ନେଉନଥିବା ସ୍ୱାସ୍ଥ୍ୟକର୍ମୀ ନିଜ ଅଞ୍ଚଳବାସୀଙ୍କ ପାଇଁ ବିପଦ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।