Odia News Portal

ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ହକି ଦଳ

ଆସନ୍ତାମାସ ୧୩ରୁ ଖେଳଯିବାକୁ ଥିବା ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଭାରତୀୟ ଦଳ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ପରେ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ । ଆସନ୍ତାକାଲିଠାରୁ ଭାରତୀୟ ଦଳ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ କରିବେ।

ବିଦେଶୀ ଦଳଗୁଡ଼ିକ ଜାନୁଆରୀ ପ୍ରଥମ ସପ୍ତାହରୁ ଭୁବନେଶ୍ୱର ଓ ରାଉକେଲାରେ ପହଞ୍ଚିବେ। ଗତ ସପ୍ତାହରେ ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଥିଲା । ଦଳରେ ଦୁଇ ଓଡିଆ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ ଓ ସଂଜୀବ ନିଲମ ଖେସ । ଅମିତ ରୋହିଦାସ ଦଳର ଉପଅଧିନାୟିକ ଅଛନ୍ତି।