Odia News Portal

ସନ୍ଧ୍ୟା ସାଢ଼େ ୬ରେ ତାଲାବନ୍ଦ ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଲକ୍ ଡାଉନ୍ ବୃଦ୍ଧି ହେବ କି ନାହିଁ ତାଉପରେ ସାରା ରାଜ୍ୟବାସୀଙ୍କ ନଜର ଥିବା ସମୟରେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟରେ ତାଲାବନ୍ଦ ଏବଂ କରୋନା ସ୍ଥିତିକୁ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଓଡ଼ିଶାର କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଗ୍ରାମାଞ୍ଚଳରେ ବଢ଼ୁଥିବା ସଂକ୍ରମଣ ରାଜ୍ୟ ପାଇଁ ଚିନ୍ତା ବଢ଼ାଉଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଲକ ଡାଉନ ଅବଧି ଆଉ କେତେ ଦିନ ବଢ଼ାଇବେ ନା ନାହିଁ ତାଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ରାଜ୍ୟରେ ସଂକ୍ରମଣ କମିନଥିବା ସମୟରେ ଆଗକୁ ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ ଏବଂ ରଜ ପର୍ବ ଥିବାରୁ ଜନ ଗହଳି ବଢ଼ିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର କି ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।