Odia News Portal

ହକି ବିଶ୍ୱକପ୍; ଆଜି କ୍ରସଓଭର ମ୍ୟାଚରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ଚଳିତ ହକି ବିଶ୍ୱକପ୍ ରେ ଆଜିଠୁ ଖେଳାଯିବ କ୍ରସଓଭର ମ୍ୟାଚ୍। ଏହି କ୍ରମରେ ଆଜି ଭାରତ ସହ ନ୍ୟୁଜିଲାଣ୍ଡର ହେବ ମୁକାବିଲା । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର ଏହି କ୍ରସ ଓଭର ମ୍ୟାଚ୍ ଖେଳାଯିବ। ଯେଉଁ ଦଳ ଜିତିବ ସେ କ୍ୱାର୍ଟର ଫାଇନାଲ ଟିକଟ ହାତେଇବ। ଯିଏ ହାରିବ ସିଏ ରାଉଲକେଲା ଯାଇ ବିଶ୍ଵକପ ରାଙ୍କିଂ ପାଇଁ ଖେଳିବ। ତେଣୁ ବିଶ୍ୱକପ ଦୃଷ୍ଟିରୁ ଏହା କର ବା ମର ମୁକାବିଲା ହେବ।

ତେବେ ରବିବାର ପ୍ରଥମ କ୍ରସ ଓଭର ମ୍ୟାଚ୍ ମାଲେସିଆ ଓ ସ୍ପେନ ମଧ୍ୟରେ ଅପରାହ୍ନ ସାଢେ ୪ଟାରେ ଖେଳାଯିବ।ପରେ ସନ୍ଧ୍ୟା ୭ଟାରେ ଆୟୋଜକ ଭାରତକୁ ସାମ୍ନା କରିବ ନ୍ୟୁଜିଲାଣ୍ଡ। ପୁଲ ଡି ରେ ଭାରତ ଖେଳୁଥିବା ୩ଟି ମ୍ୟାଚ୍ ମଧ୍ୟରୁ ୨ଟି ବିଜୟ ଗୋଟାଏ ଡ୍ର ସହ ୭ପଏଣ୍ଟ ପାଇ ଟେବୁଲ୍ ର ୨ୟ ସ୍ଥାନରେ ରହି କ୍ରସ ଓଭର ଖେଳିବାକୁ ଆସିଛି।

ସେହିପରି ପୁଲ ସି ରେ ନ୍ୟୁଜିଲାଣ୍ଡ ୩ଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୩ ପଏଣ୍ଟ ସହ ଟେବୁଲ୍ ର ତୃତୀୟ ସ୍ଥାନ ଅଧିକାର କରି ଭାରତ ସହ କ୍ରସ ଓଭର ଖେଳିବ। ୨୦୧୩ ପର ଠାରୁ ଭାରତ ନ୍ୟୁଜିଲାଣ୍ଡ ମଧ୍ଯରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟରୁ ଭାରତ ୨୪ ଟି ମ୍ୟାଚ୍ ଜିତିଥିବ ବେଳେ ନ୍ୟୁଜିଲ୍ୟାଣ୍ଡ ୧୫ ଟି ମ୍ୟାଚ୍ ଜିତିଛି ଓ ୫ ଟି ମ୍ୟାଚ୍ ଡ୍ର ରହିଛି। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ରେ ଜିତିଲେ ଆସନ୍ତା ୨୪ ରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ୨୦୧୮ ର ବିଶ୍ଵ ଚାମ୍ପିଅନ ବେଲଜିୟମ ବିପକ୍ଷରେ ଖେଳିବ।

ଆଜିର ମ୍ୟାଚ୍ ଭାରତ ପାଇଁ ବେଶ୍‌ ଗୁରୁତ୍ବ ପୂର୍ଣ୍ଣ ରହିବ। କ୍ୱାର୍ଟର ଫାଇନାଲ ଟିକଟ ନେବା ପାଇଁ ପ୍ରସ୍ତୁତ ଅଛୁ ପୂର୍ବ ମ୍ୟାଚ୍ ର ସମସ୍ତ ଭୁଲକୁ ସୁଧାରି ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିବୁ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ ବୋଲି କହିଛନ୍ତି ଭାରତୀୟ ହକି ଦଳର ଅଧିନାୟକ ଓ କୋଚ୍ ।