Odia News Portal

ଜୁନରେ ବାରବାଟୀରେ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ଲଢେଇ

ରାଜ୍ୟର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀରେ ପୁଣି ଫେରିବ ଆନ୍ତର୍ଜାତିକ କ୍ରିକେଟ । ଜୁନ ମାସରେ ବାରବାଟୀ ଆୟୋଜନ କରିବ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ।ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ୯ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ସିରିଜ ଖେଳାଯିବ ।

ପୂର୍ବରୁ ଫେବୃୟାରୀରେ ବାରବାଟୀ ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି20 ମୁକାବିଲା ଖେଳାଯିବାର ଥିଲା । ମାତ୍ର ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ଭେନ୍ୟୁ ପରିବର୍ତ୍ତନ କରିଥିଲା ।