Odia News Portal

ପୁରୀ ଠାରୁ ୧୮୦ କିମି ଦୂରରେ ‘ଜୱାଦ’


ଆଉ କିଛି ସମୟ ମଧ୍ୟରେ ଅବପାତର ରୂପ ନେବ ‘ଜୱାଦ’ । ମଧ୍ୟାହ୍ନରେ ପୁରୀ ନିକଟବର୍ତ୍ତୀ ହେବ ଜୱାଦ । ଅପରାହ୍ଣ ସୁଦ୍ଧା ଏକ ୱେଲଡ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇ ପଶ୍ଚିମବଙ୍ଗ ଆଡକୁ ଗତି କରିବ । ଏବେ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ଜୱାଦ । ବିଶାଖାପାଟଣାଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୨୩୦ କିଲୋମିଟର ଦୂରରେ ରହିଛି ।


ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏବେ ଉପକୂଳବର୍ତୀ ଅଂଚଳରେ ବର୍ଷା ଲାଗି ରହିଛି । ଆଜି ୫ ଜିଲ୍ଲାକୁ ଅରେଂଜ ୱାଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଟ୍ୱିନ୍ ସିଟି ପାଇଁ ମଧ୍ୟ ଅରେଂଜ ୱାଣ୍ଣିଂ ଜାରି କରାଯାଇଛି । କଟକ ଭୁବନେଶ୍ୱର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଗତ ୨୩ ଘଂଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ୪୬, ଚାନ୍ଦବାଲିରେ ୨୮, ଭୁବନେଶ୍ୱରରେ ୨୪ ଓ ପୁରୀରେ ୨୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।