Odia News Portal

ବିଚାର ବିଭାଗୀୟ ହାଜତରେ ରାକେଶ,୧ରେ ଶୁଣାଣି

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶକୁ କୋର୍ଟଚାଲାଣ କଲା କୁଆଖିଆ ପୋଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିଯୁକ୍ତ ହାଜର । ଅଭିଯୁକ୍ତ ବିରୋଧରେ ୩୦୨, ୨୦୧ ଓ ଏସସି/ଏସଟି ଆକ୍ଟ ଲାଗିଛି । ଅଭିଯୁକ୍ତକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ ।ତେବେ ରିମାଣ୍ଡ ଶୁଣାଣି ୧ ତାରିଖକୁ ଘୁଞ୍ଚି ଥିବା ସମୟରେ ରାକେଶକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି |

ଝରାଫୁଲ ମୃତ୍ୟୁ ମାମଲାରେ ଗତକାଲି ପୋଲିସ ଜଣେ ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ । ସେପଟେ ଝରାଫୁଲର ମୃତ୍ୟୁ ଭୁବନେଶ୍ୱରରେ ହୋଇଥିବା କହିଥିଲା ଯାଜପୁର ପୋଲିସ ।ଅନ୍ୟପକ୍ଷରେ ଆଜି ଅଭିଯୁକ୍ତ ରାକେଶ ଦେଇଥିବା ବୟାନ ପୋଲିସର ଚିନ୍ତା ବଢାଇଦେଇଛି । ଅଭିଯୁକ୍ତ ବୟାନରେ କହିଛି ଯେ ଝରାଫୁଲର ମୃତ୍ୟୁ ଫୁଡ ପଏଜନରୁ ହୋଇଛି । ତେବେ ଏହି ଘଟଣା ପଛର ସତ୍ୟତା ଜାଣିବା ପାଇଁ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।