Odia News Portal

ସୁପରଷ୍ଟାର କମଲ ହାସନଙ୍କୁ କରୋନା

ଚେନ୍ନାଇ: ସୁପରିଚିତ ଅଭିନେତା ତଥା ରାଜନେତା କମଲ ହାସନଙ୍କୁ କରୋନା । କମଲ କରୋନା ସଂକ୍ରମିତ ହେବା ସହ ସେ ହୋମ ଆଇସୋଲେସନରେ ଥିବା ଟ୍ୱିଟ୍ କରି ଜଣାଇଛନ୍ତି । ତେବେ ସେ ଏହା ପୂର୍ବରୁ ୟୁଏସ ଗସ୍ତରେ ଥିଲେ । ଆଉ ସେଠାରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଛନ୍ତି । ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, ‘ୟୁଏସ୍ ଟୁରରୁ ଫେରିବା ପରେ ସାମାନ୍ୟ କାଶ ହୋଇଥିଲା । ଟେଷ୍ଟ କରିବା ପରେ ମୋତେ କରୋନା ହୋଇଥିବା ଜଣାପଡ଼ିଥିଲା । ମୁଁ ଏବେ ଆଇସୋଲେସନରେ ଅଛି । ଏବେ ବୁଝୁଛି ପାଣ୍ଡେମିକ ସ୍ଥିତି ଏବେ ବି ରହିଛି । ଆଶା କରୁଛି ସମସ୍ତେ ସୁରକ୍ଷିତ ରୁହନ୍ତୁ ।’

ଟ୍ବିଟ୍ ପରେ କମଲ ହାସନ ଶୀଘ୍ର କରୋନା ମୁକ୍ତ ହେବା ନେଇ ପ୍ରଶଂସକ ପ୍ରାର୍ଥନା କରିବା ଆରମ୍ଭ କରି ଦେଇଛନ୍ତି । କିଛି ୟୁଜର୍ସ ଏବେ ବିଗ ବୋଷ କିଏ ହୋଷ୍ଟ କରିବ ବୋଲି ପ୍ରଶ୍ନ କରିଛନ୍ତି । କେବଳ ତାମିଲ ସିନେମା ଇଣ୍ଡଷ୍ଟ୍ରୀ ନୁହେଁ, କମଲ ହାସନ ପୂରା ଦେଶରେ ନିଜ ଅଭିନୟ ପାଇଁ କୋଟି କୋଟି ଲୋକଙ୍କ ପ୍ରିୟ ହୋଇପାରିଛନ୍ତି । ତାମିଲ ସିନେମା ବ୍ୟତୀତ ହିନ୍ଦି, ତେଲଗୁ, ମାଲାୟଲମ, କନ୍ନଡ, ବେଙ୍ଗଲୀ ଫିଲ୍ମରେ ବି ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।