Odia News Portal

ଡାର୍ଟି ଟିଚର, ନାଳୁଆ ଶିକ୍ଷକଙ୍କୁ ଚପଲରେ ସେକିଲେ ଶିକ୍ଷୟିତ୍ରୀ

କେନ୍ଦୁଝର: ପିଲାଙ୍କୁ ଭଲ ବାଟ ବାଟ ଦେଖାଉଥିବା ଶିକ୍ଷକ ନିଜେ ଗଲେ ଅବାଟରେ । ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ଖରାପ ବ୍ୟବହାର କରି ଜେଲଗଲେ ଶିକ୍ଷକ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁର ବିଦ୍ୟାଳୟରୁ ଆସିଛି ଏଭଳି ଲଜ୍ଜା ଖବର । ଜଣେ ଅବିବାହିତ ଶିକ୍ଷୟିତ୍ରୀଙ୍କୁ ଟଣାଓଟରା କରିଥିବା ଅଭିଯୋଗରେ ବିବାହିତ ଶିକ୍ଷକ ମଙ୍ଗେସ ବେହେରା ଗିରଫ ହୋଇଛନ୍ତି । ତେବେ ଗିରଫ ଶିକ୍ଷକ ମଙ୍ଗେସ ବିବାହିତ ହୋଇଥିଲେ ସୁଦ୍ଧା ଏଭଳି କାଣ୍ଡ ଭିଆଇବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ମଙ୍ଗେସ ରୁଦ୍ରନାରାୟଣପୁର ବିଦ୍ୟାଳୟର ଜଣେ ଅବିବାହିତ ଶିକ୍ଷୟିତ୍ରୀଙ୍କୁ ଖରାପ ନଜରରେ ଦୀର୍ଘଦିନ ହେବ ଦେଖି ଆସୁଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ବିଭିନ୍ନ ସମୟରେ ଖରାପ ଇଙ୍ଗିତରେ କଥା ମଧ୍ୟ କହୁଥିଲେ । ତେବେ କେହି ନଥିବାର ସୁଯୋଗ ନେଇ ତାଙ୍କୁ ଟଣା ଓଟରା କରିବା ସହ ମୋବାଇଲରେ ଫଟୋ ଉଠାଉଥିଲେ । କୌଶଳକ୍ରମେ ଖସି ଆସିଥିଲେ ଶିକ୍ଷୟିତ୍ରୀ । ଏହାପରେ ସେ ଯାଇ ଶିକ୍ଷକଙ୍କୁ ଚପଲରେ ସେକିବା ସହ ତାଙ୍କ ମୋବାଇଲ ଛଡ଼ାଇ ଆଣିଥିଲେ । ପରେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମଙ୍ଗେସଙ୍କୁ ଗିରଫ କରିଛି । ପୂର୍ବରୁ ମଧ୍ୟ ତାଙ୍କ ନାମରେ ଅଭିଯୋଗ ଥିବା ଶୁଣିବାକୁ ମିଳୁଛି ।