Odia News Portal

ଭାରତ ମ୍ୟାଚ ପୂର୍ବରୁ ଭାଇରାଲ ହେଉଛି ବିରାଟ କୋହଲିଙ୍କ ଏହି ଫଟୋ

ଦୁବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ଫଟୋକୁ ଏବେ ସୋସିଆଲ ମିଡିଆରେ ୟୁଜର୍ସମାନେ ବେଶ ପ୍ରଂଶସା କରୁଛନ୍ତି । ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା – ବିରାଟ କୋହଲି ଏକ କନ୍ୟା ସନ୍ତାନର ପିତା-ମାତା ହେବା ପରେ ବେଶ୍ ଖୁସିରେ ଅଛନ୍ତି। ନିକଟରେ ଅନୁଷ୍କା ତାଙ୍କ ଇନ୍ଷ୍ଟାଗ୍ରାମରେ ଝିଅ ଭାମିକାଙ୍କ ସହିତ ବିରାଟଙ୍କର ଏକ ଫଟୋ ଶେୟାର କରିଛନ୍ତି। ଅନୁଷ୍କା ଶେୟାର କରିଥିବା ଏହି ଫଟୋରେ ଭାମିକା ଖେଳୁଥିବା ବେଳେ ବିରାଟ ତାଙ୍କୁ ଖେଳାଉଥିବା ନଜର ଆସୁଛନ୍ତି। ତେବେ ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ୍ ପସନ୍ଦ କରିବା ସହିତ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡ଼ିିଆରେ ଭାଇରାଲ ହେଉଛି। ‘ମୋର ପୂରା ହୃଦୟ ଗୋଟିଏ ଫ୍ରେମରେ’ ବୋଲି ସେ ଶେୟାର କରିଥିବା ଫଟୋରେ ଲେଖିଛନ୍ତି।