Odia News Portal

ପ୍ରେମିକ ଆସିଲା ବାବା ବେଶରେ, ତା’ପରେ…..

ଯାଜପୁର: ପ୍ରେମିକା ପାଇଁ ଧାରଣ କରିଥିଲେ ବାବା ବେଶ କିନ୍ତୁ ପିଲାଚୋର ଭାବିନେଲେ ଲୋକ | ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ କଲୋନୀରେ ପ୍ରେମିକା ଘରକୁ ବାବା ବେଶରେ ଆସି ହଟହଟା ହୋଇଛନ୍ତି ଯୁବକ । ସୂଚନା ଅନୁସାରେ ପ୍ରେମିକାର ବାହାଘର ଠିକ୍ ହୋଇଯିବା ପରେ ଯୁବକ ଜଣଙ୍କ ବାବା ବେଶ ଧାରଣ କରି ଆସିଥିଲେ ।

ସୂଚନାନୁଯାୟୀ, ଧରାପଡ଼ିଥିବା ଛାତ୍ର ଜଣଙ୍କ ଅନୁଗୋଳରେ ଏକ କଲେଜରେ ପଢ଼ନ୍ତି। ସେ ଯୁକ୍ତ ଦୁଇର ଛାତ୍ର। ସେ ବାବା ବେଶ ଧାରଣ କରି ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀକୁ ଆସିଥିଲେ। ତେବେ ତାଙ୍କ ହାବଭାବ ଦେଖି କିଛି ଲୋକଙ୍କର ସନ୍ଦେହ ହେଲା। ପିଲା ଚୋର ସନ୍ଦେହରେ ଲୋକେ ତାଙ୍କୁ କାବୁ କରି ନେଇ ପୋଲିସ ଜିମାରେ ଦେଇଥିଲେ।

ପୋଲିସ ଯୁବକ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣକ ଅନୁଗୁଳ ଅଞ୍ଚଳର ଯୁକ୍ତ ଦୁଇ କଲେଜ ଛାତ୍ର ବୋଲି ଜଣାପଡ଼ିଛି । ପ୍ରେମକୁ ଯୁବତୀଙ୍କ ପରିବାର ସ୍ୱୀକାର କରୁନଥିବାରୁ ଏଭଳି ଅଭିନୟ କରି ପ୍ରେମିକାଙ୍କ ଘରକୁ ଯାଇଥିବା ଯୁବକ ଜଣଙ୍କ କହିଛି ।