Odia News Portal

ଦୁଇବର୍ଷ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି


ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲ ଅବଧି ଦୁଇବର୍ଷ ବୃଦ୍ଧି କଲେ କେନ୍ଦ୍ର ସରକାର । ୨୦୨୩ ମାର୍ଚ୍ଚ ଯାଏଁ ଟ୍ରିବ୍ୟୁନାଲ ଅବଧି ବଢ଼ିଲା । ଅବଧି ବୃଦ୍ଧି ପାଇବା ନେଇ ଜନଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ୩ବର୍ଷ ଲାଗି କାର୍ଯ୍ୟକାଳ ସ୍ଥିର କରିଥିଲେ କେନ୍ଦ୍ର ସରକାର । ୨୦୨୧ ମାର୍ଚ୍ଚ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । ମାର୍ଚ୍ଚ କିଛି କାରଣ ଲାଗି ଏଯାବତ ରିପୋର୍ଟ ଦାଖଲ ହୋଇନାହିଁ । ଯେଉଁ କାରଣରୁ ଆଉ ଦୁଇ ବର୍ଷ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।