Odia News Portal

ମହାରାଷ୍ଟ୍ର ବିଧାନସଭା ଭଙ୍ଗ କରିବାକୁ ସୁପାରିସ କରିବେ ଉଦ୍ଧବ, ସଞ୍ଜୟ ରାଉତ ଦେଲେ ସଙ୍କେତ

ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ବିଧାନସଭା ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ କରିପାରନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତ ଏପରି ସଙ୍କେତ ଦେଇଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ବିଧାନସଭା ଭଙ୍ଗ ଆଡକୁ ଗତି କରୁଛି।

ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ର ସରକାରଙ୍କ ସମସ୍ୟାକୁ ବଢାଇ ଦେଇଛନ୍ତି। ଏକନାଥ ସିନ୍ଦେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସହ ଆଜି ଗୌହାଟୀରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ମଙ୍ଗଳବାର ସୁରଟରେ ଥିଲେ। ତାଙ୍କ ସହ ୪୦ ଜଣ ବିଧାୟକ ଅଛନ୍ତି ବୋଲି ସିନ୍ଦେ ଦାବି କରିଛନ୍ତି। ସିନ୍ଦେଙ୍କ ସହିତ ଶିବସେନାର ୩୩ ଏବଂ ୭ ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ଆଉ କିଛି ଶିବସେନା ବିଧାୟକ ମଧ୍ୟ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇପାରନ୍ତି | ଏଭଳି ସ୍ଥଳେ ଉଦ୍ଧବ ଠାକରେ ସରକାର ପତନ ଆସନ୍ନ ହୋଇଛି ।