Odia News Portal

ଭୋଟଦେଲେ ମହାରଥୀ ପରିବାର

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜି ନିଆଯାଉଛି ଭୋଟ୍ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ତାଙ୍କ ପରିବାର ସଦସ୍ୟ ଆଜି ଭୋଟ୍ ଦେଇଛନ୍ତି । ରୁଦ୍ରଙ୍କ ସହ ସାଙ୍ଗରେ ବୁଥକୁ ଆସିଥିଲା ତାଙ୍କ ମାଆ, ପତ୍ନୀ, ଉଭଣୀ ଓ ଭିଣୋଇ । ପତ୍ନୀ ଜାଗୃତି ମହାରଥୀ, ମାଆ ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ବି ଭୋଟ୍ ଦେଇଛନ୍ତି । ଭୋଟ୍ ଦେବାକୁ ଆସିଥିବା ବେଳେ ରୁଦ୍ରଙ୍କ ମାଆ ତଥା ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି, ମହାରଥୀଙ୍କ ଗଡ଼ରେ କେହି ପ୍ରବେଶ କରି ନାହାନ୍ତି କି କରି ପାରିବେ ନାହିଁ । ପୁଅ ଉପରେ ପିପିଲିବାସୀଙ୍କ ଆଶୀର୍ବାଦ ରହିଛି । ରୁଦ୍ରର ବାବା ଯେମିତି ପିପିଲିଗଡ଼ର ସୁରକ୍ଷା କବଜ ସାଜି ୭ ଥର ବିଜୟ ତିଳକ ପିନ୍ଧିଥିଲେ, ଠିକ୍ ସେମିତି ପୁଅ ମଧ୍ୟ ବିଜୟ ଟିକା ପିନ୍ଧିବ ବୋଲି ରୁଦ୍ରଙ୍କ ମାଆ କହିଛନ୍ତି ।