Odia News Portal

ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଣାଣି ଘୁଞ୍ଚିଲା

ବଲାଙ୍ଗୀର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଣାଣି ତାରିଖ ଘୁଞ୍ଚିଥିବା ଜଣାଯାଇଛି। ଗତକାଲି ପୁଲିସ ପକ୍ଷରୁ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା ଲାଗି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଆବେଦନ କରାଯାଇଥିଲା ଏହାର ଶୁଣାଣି ପାଇଁ ଜେଏମଏଫସି କୋର୍ଟ ୨୪ ତାରିଖକୁ ଧାର୍ଯ୍ୟ କରିଛନ୍ତି।