Odia News Portal

ଲାଲବାହିନୀର ବର୍ବରକାଣ୍ଡ, ଇନଫର୍ମର ସନ୍ଦେହରେ ହତ୍ୟା

କନ୍ଧମାଳ: ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ହତ୍ୟା କଲେ ମାଓବାଦୀ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ୨ ଜଣଙ୍କୁ ଘରୁ ଡାକିନେଇ ହତ୍ୟା କରି ଫୋପାଡ଼ି ଦେଇଛନ୍ତି ନକ୍ସଲ । ମୃତକଦ୍ୱୟ ହେଲେ ଭବାନି ପାତ୍ର ଓ ହେମନ୍ତ ପାତ୍ର। ନକ୍ସଲମାନେ କୌଣସି ଲେଖା ଛାଡ଼ି ଯାଇ ନ ଥିଲେ ବି ଏହା ସେମାନଙ୍କ କାଣ୍ଡ ବୋଲି ଅନୁମାନ କରିଛନ୍ତି ଅଞ୍ଚଳବାସୀ।

ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୦ ତାରିଖରେ କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତ ସିର୍କି ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଏସଓଜି ଯବାନ ସହିଦ ହୋଇଥିବା ବେଳେ ୫ ଜଣ ମାଓବାଦୀ ନିହତ ହୋଇଥିଲେ ।