Odia News Portal

ନିର୍ବାହୀ ଯନ୍ତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ

ବକେୟା ବିଜୁଳି ବିଲ ଆଦାୟ କରିବାକୁ ଯାଇଥିବା ବେଳେ ଆକ୍ରମଣ | ବାକି ଥିବା ବିଜୁଳି ବିଲ ଆଦାୟ କରିବାକୁ ଯାଇଥିବା ବେଳେ ଆନନ୍ଦପୁର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନେସ୍କୋ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଞ୍ଜନ ମିସ୍ତ୍ରୀଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ନିର୍ବାହୀ ଯନ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଆନନ୍ଦପୁର ନେସ୍କୋ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଞ୍ଜନ ମିସ୍ତ୍ରୀ ବିଜୁଳି ବିଲ୍‌ ଆଦାୟ କରିବା କରିବାକୁ ଯାଇଥିଲେ । ବିଲ୍‌ ଆଦାୟ ବେଳେ କିଛି ଲୋକଙ୍କ ସହ ନିର୍ବାହୀ ଯନ୍ତ୍ରୀଙ୍କ ପାଟିତୁଣ୍ଡ ହୋଇଥିଲା । ନନ୍ଦିପଦା ଥାନା ଅଣା ଛକ କେନାଲ ରାସ୍ତାରେ କାଠଫାଳିଆରେ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଯେଉଁଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ନନ୍ଦିପଦା ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।