Odia News Portal

ସୋମନାଥ ମନ୍ଦିର ଟ୍ରଷ୍ଟକୁ ୧.୫୧ କୋଟି ଦାନ କଲେ ମୁକେଶ ଅମ୍ବାନୀ

ଶନିବାର ମହାଶିବରାତ୍ରିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ତାଙ୍କ ପୁଅ ତଥା ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି ଗୁଜରାଟର ସୋମନାଥ ମନ୍ଦିର ଗସ୍ତ କରିଥିଲେ। ମନ୍ଦିର ଟ୍ରଷ୍ଟକୁ ଏହି ଅବସରରେ ମୁକେଶ ୧.୫୧ କୋଟି ଟଙ୍କା ଦାନ କରିଛନ୍ତି।

ସେଠାରେ ପହଞ୍ଚିବା ପରେ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପିକେ ଲାହିରୀ ଏବଂ ସଂପାଦକ ଯୋଗେନ୍ଦ୍ରଭାଇ ଦେଶାଇ ଅମ୍ବାନି ବାପପୁଅଙ୍କୁ ସ୍ବାଗତ କରିଥିଲେ। ସେମାନେ ମନ୍ଦିରରେ ପୂଜାର୍ଚ୍ଚନା ସହିତ ଅଭିଷେକ କରିଥିଲେ।