Odia News Portal

ପୃଥିବୀକୁ ନେଇ ଆସିଲା ନୂଆ ରହସ୍ୟ

ଆମେ ସାଧାରଣ ଭାବେ ଜାଣୁ ଯେ, ଦିନ ୧୨ ଘଣ୍ଟା ଆଉ ରାତି ୧୨ ଘଣ୍ଟା । ବିଭିନ୍ନ ଋତୁର ଆଗମନ ଓ ଶେଷ ସମୟରେ ଦିନ ଧୀରେଧୀରେ ବଢ଼ିବା ସହ ରାତି ଧୀରେଧୀରେ କମିଥାଏ । ସେହିପରି ପୃଥିବୀର ବିପରୀତ ଅଂଶରେ ଏହାର ଠିକ୍ ବିପରୀତ ଅର୍ଥାତ ରାତି ଧୀରେଧୀରେ ବଢ଼ିବା ସହ ଦିନ ଧୀରେଧୀରେ କମିଥାଏ । ସୂର୍ଯ୍ୟଙ୍କ କିରଣ ଯେଉଁ ପାଖରେ ପଡ଼େ, ସେପଟେ ଦିନ ଓ ଅନ୍ୟପଟେ ରାତି ହୋଇଥାଏ । ତେବେ ଆମ ପୃଥିବୀକୁ ନେଇ ବୈଜ୍ଞାନିକମାନେ ନିକଟରେ ଏକ ଅବିଶ୍ୱସନୀୟ ତଥ୍ୟ ପ୍ରଦାନ କରିଛନ୍ତି ।

ପୃଥିବୀରେ ଦିନର ସମୟ ରହସ୍ୟଜନକ ଭାବେ ବୃଦ୍ଧି ପାଉଛି । ଏହାର କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜି ପାଉନାହାନ୍ତି । ଯଦି ଏଭଳି ସ୍ଥିତି ଆଗକୁ ଜାରି ରୁହେ, ତେବେ ଅତ୍ୟନ୍ତ ଭୟଙ୍କର ସ୍ଥିତି ଉପୁଜିବ । ଧରିତ୍ରୀ ପୃଷ୍ଠରେ ଦିନ ବିଚିତ୍ର ଭାବେ ବଢ଼ୁଥିବା ବିଶ୍ୱର ଆଟୋମିକ୍ କ୍ଲକ ଦ୍ୱାରା ଜଣାପଡ଼ିଛି । ଏହା କେବଳ ଆମର ସମୟର ହିସାବ ଉପରେ ପ୍ରଭାବ ପକାଇବ ତା’ ନୁହେଁ, ନୌଚାଳନା ଓ ସଞ୍ଚାର ସମ୍ବନ୍ଧୀୟ ଅନେକ ତଥ୍ୟ ହାସଲ କରିବା କ୍ଷେତ୍ରରେ ସସସ୍ୟା ସୃଷ୍ଟି ହେବ ।

ଧରିତ୍ରୀର ଦିନର ଗଣନା ତା’ର ଘୂର୍ଣ୍ଣନରୁ ଜଣାପଡ଼ିଥାଏ । ତେବେ ଏହି ଘୂର୍ଣ୍ଣନ ଦିନକୁ ଦିନ ବଢ଼ୁଥିବା ଦେଖାଯାଉଛି । କିଛି ଦଶକ ପୂର୍ବରୁ ଦିନର ଅବଧି ବହୁତ ଛୋଟ ଥିଲା । ମାତ୍ର ୨୦୨୦ ପରେ ଧରିତ୍ରୀର ଗତିରେ ଶିଥିଳତା ଦେଖିବାକୁ ମିଳିଛି ଓ ଦିନ ଲମ୍ବା ହେବାରେ ଲାଗିଛି । ଏପରି କାହିଁକି ହେଉଛି, ଏହା ପଛର କାରଣ କ’ଣ, ସେନେଇ ବୈଜ୍ଞାନିକମାନେ ମଧ୍ୟ ଅଜ୍ଞାତ ରହିଛନ୍ତି । ଆମର ଫୋନ ବା ଘଡ଼ିରେ ୨୪ ଘଣ୍ଟାର ସଠିକ୍ ସମୟ ଦେଖାଇଥାଏ । ମାତ୍ର ପୃଥିବୀର ୨୪ ଘଣ୍ଟିଆ ଘୁର୍ଣ୍ଣନ ଅଧିକ ସମୟ ନେଉଥିବା ଜଣାପଡ଼ିଛି । ସାଧାରଣ ଭାବେ କୋଟି କୋଟି ବର୍ଷରେ ଏପରି ଦେଖିବାକୁ ମିଳିଥାଏ । ଧରିତ୍ରୀ ବକ୍ଷରେ ଭୂକମ୍ପ ଓ ତୁଫାନର ସମ୍ଭାବନା ଥାଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।