Odia News Portal

ସ୍ୱାସ୍ଥ୍ୟକର୍ମୀଙ୍କ ପରିଶ୍ରମ ଓ ନିଷ୍ଠାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତରେ ୧୦୦ କୋଟି କୋଭିଡ ଟିକାକରଣ ହୋଇଛି । ଏଭଳି ଗୁୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସ୍ୱାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୂଲ୍ୟବାନ ଜୀବନ ବଂଚାଇବା ସହ ଟିକାକରଣ ପ୍ରକ୍ରିୟା ନିଶ୍ଚିତ କରିବା ପାଇଁ ଦେଶର ସ୍ୱାସ୍ଥ୍ୟକର୍ମୀଙ୍କ ପରିଶ୍ରମ, ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ।