Odia News Portal

ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତିନିଦିନିଆ ଦିଲ୍ଲୀ ଗସ୍ତ ଆରମ୍ଭ ହେଉଛି । ଆସନ୍ତା ୨୬ତାରିଖରେ ମାଓବାଦୀ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ ନବୀନ । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମଧ୍ୟ ବୈଠକରେ ଯୋଗ ଦେବେ । ୧୦ଟି ମାଓବାଦୀ ପ୍ରଭାବିତ ରାଜ୍ୟମାନଙ୍କର ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ବୈଠକରେ ମାଓ ବିରୋଧୀ ଅଭିଯାନର ସମୀକ୍ଷା କରାଯିବ ।

ସେପଟେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବାରୁ ପିପିଲି ନିର୍ବାଚନ ପ୍ରଚାରରେ ଯୋଗ ଦେବାର ସମ୍ଭାବନା କମ ବୋଲି କୁହାଯାଉଛି । ପିପିଲିରେ ଆସନ୍ତା ୩୦ ତାରିଖରେ ଭୋଟ ଗ୍ରହଣ ହେବ ଓ ଅକ୍ଟୋବର ୩ରେ ଭୋଟ ଗଣତି ହେବ । ଏଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ କରୁଥିବା ନିର୍ବାଚନ ପ୍ରଚାର ଜାରି ରହିଛି ।