Odia News Portal

ଢାବାରେ ଗୁଳିକାଣ୍ଡ ଜଣେ ମୃତ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁର ବାସନ୍ତୀ ଢାବାରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଢ଼ାବା ମାଲିକାଣି ବାସନ୍ତୀ ମେହେର ମୃତ । ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସି ବାସନ୍ତୀଙ୍କ ଉପରକୁ ଗୁଳିଚାଳନା କରିଥିଲେ ।

ଗୁଳିମାଡ଼ରେ ବାସନ୍ତୀ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଖଡ଼ିଆଳ ଉପଖଣ୍ଡ ଡାକ୍ତଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ମହିଳାଙ୍କ ମୃତ୍ୟୁ ଘଟିଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖଡ଼ିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।