Odia News Portal

ସୀମା ସିଲ କଲା ମାଲକାନଗିରି ଜିଲ୍ଲା ପ୍ରଶାସନ

 ମାଲକାନଗିରି: ମହାମାରୀ କରୋନା ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅପରପକ୍ଷେ ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ କରୋନା ମାମଲା ବଢ଼ିବାରେ ଲାଗିଛି । ଯାହାଫଳରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲକାନଗିରି-ଛତିଶଗଡ଼ ସୀମାକୁ ସିଲ୍‌ କରି ଦିଆଯାଇଛି ।ମାଲକାନଗିରି ସୀମା ସିଲ୍, ଯାନବାହନ ଚଳାଚଳ ଉପରେ କଟକଣାମୁଖ୍ୟତଃ ଜିଲ୍ଲାର ସମସ୍ତ ପ୍ରବେଶ ପଥ ଉପରେ ପ୍ରଶାସନ ନଜର ରଖିଛି। ପ୍ରବେଶ ପଥ ଗୁଡିକରେ 24 ଘଣ୍ଟା ପୋଲିସ ବାହିନୀ ରହି ଥଇଥାନ କରିବା ସହ ଯିବା ଆସିବା ଗାଡି ଗୁଡିକ ଯାଞ୍ଚ କରି ଯାତ୍ରୀ ମାନଙ୍କ ତଥ୍ୟ ସଂଗ୍ରହ କରୁଛି। ଜିଲ୍ଲାର ଚାଲାଣଗୁଡା, ମୋଟୁ, ଗୋବିନ୍ଦପାଲ୍ଲୀ, ଚିତ୍ରକୋଣ୍ଡା ଭଳି ପ୍ରବେଶ ପଥରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।ଜରୁରୀ କାମରେ ଛତିଶଗଡ଼ ରାଜ୍ୟରୁ ଆସୁଥିବା ଓ ମାଲକାନଗିରି ଜିଲ୍ଲାରୁ ଯାଉଥିବା ଯାନବାହନ ଗୁଡ଼ିକୁ ଯାଞ୍ଚ ସହିତ ଯାତ୍ରା କରୁଥିବା ଲୋକଙ୍କୁ ଟେମ୍ପରେଚର ଥର୍ମାଲ ମିଟରରେ ମପା ଯାଇଛଡ଼ା ଯାଉଛି । ଅନ୍ୟପଟେ ଯାହାର ତାପମାତ୍ରା ବୃଦ୍ଧି ପାଇଛି କିମ୍ବା ଜ୍ବର ରହିଛି ସେମାନଙ୍କୁ କୋଭିଡ ପରୀକ୍ଷା କରାଯାଇ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛ ।