Odia News Portal

ବେଲଗାମ୍ ସଂକ୍ରମଣ: ଦିନକରେ ୧୧୪୯୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବୃଦ୍ଧି କମିବାର ନା ଧରୁ ନଥିବା ସମୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୯୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫୫୮୯୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୬୪୩୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୯୭ଜଣ, ଅନୁଗୁଳ ଜିଲ୍ଲାରୁ ୮୬୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୯୪ଜଣ, ବୌଦ୍ଧ ଜିଲ୍ଲାରୁ ୩୧୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୫୧ଜଣ, କଟକ ଜିଲ୍ଲାରୁ ୧୧୦୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୧୪ଜଣ, ଗଜପତି ଜିଲ୍ଲାରୁ ୮୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୨୮ଜଣ, ଜଗତସିଂହପୁର ଜିଲ୍ଲାରୁ ୩୩୫ଜଣ,ବାଲେଶ୍ୱର ଜିଲ୍ଲାରୁ ୫୨୪ଜଣ, ବରଗଡ଼ ଜିଲ୍ଲାରୁ ୩୯୫ଜଣ, ଭଦ୍ରକ ଜିଲ୍ଲାରୁ ୧୩୪ଜଣ, ଯାଜପୁର ଜିଲ୍ଲାରୁ ୩୭୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୪୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କଳାହାଣ୍ଡି ଜିଲ୍ଲାରୁ ୨୦୫ଜଣ, କନ୍ଧମାଳ ଜିଲ୍ଲାରୁ ୧୦୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୦୪ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୩ଜଣ, କୋରାପୁଟ ଜିଲ୍ଲାରୁ ୨୬୬ଜଣ, ମାଲକାନାଗିରି ଜିଲ୍ଲାରୁ ୧୧୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୩୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୪୬ଜଣ, ନୟାଗଡ଼ ଜିଲ୍ଲାରୁ ୩୮୨ଜଣ, ନୂଆପଡ଼ା ଜିଲ୍ଲାରୁ ୧୫୨ଜଣ, ପୁରୀ ଜିଲ୍ଲାରୁ ୪୨୪ଜଣ, ରାୟଗଡ଼ା ଜିଲ୍ଲାରୁ ୨୩୩ଜଣ, ସମ୍ବଲପୁର ଜିଲ୍ଲାରୁ ୩୯୩ଜଣ, ସୋନପୁର ଜିଲ୍ଲାରୁ ୨୨୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୦୩ଜଣ , ଷ୍ଟେଟ୍‌ ପୁଲ୍‌ରୁ ୨୬୧ଜଣ ରହିଛନ୍ତି ।