Odia News Portal

ବେଲଗାମ୍ କରୋନା: ଦିନକରେ ୧୧୭୩୨ ପଜିଟିଭ୍

*ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ଜଣ ପଜିଟିଭ୍ ।

ଭୁବନେଶ୍ବର: ରାଜ୍ୟରେ କମିବା ବଦଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣର ମାତ୍ରା । ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୩୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୨୨୨୪ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୬୩ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୬୫୬୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭୦୦ଜଣ,ବଲାଙ୍ଗୀର ଜିଲ୍ଲାରୁ ୪୦୧ଜଣ, ବୌଦ୍ଧ ଜିଲ୍ଲାରୁ ୨୭୭ଜଣ, କଟକ ଜିଲ୍ଲାରୁ ୮୭୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୨୯ଜଣ, ଗଜପତି ଜିଲ୍ଲାରୁ ୭୭ଜଣ, ବାଲେଶ୍ୱର ଜିଲ୍ଲାରୁ ୪୭୨ଜଣ, ବରଗଡ଼ ଜିଲ୍ଲାରୁ ୩୬୩ଜଣ,କଳାହାଣ୍ଡି ଜିଲ୍ଲାରୁ ୨୭୪ଜଣ, କନ୍ଧମାଳ ଜିଲ୍ଲାରୁ ୮୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୯ଜଣ,ଢେଙ୍କାନାଳ ଜିଲ୍ଲାରୁ ୧୫୩ଜଣ, ଭଦ୍ରକ ଜିଲ୍ଲାରୁ ୪୧୪ଜଣ, ଗଞ୍ଜାମ ଜିଲ୍ଲାରୁ ୨୫୯ଜଣ, ଜଗତସିଂହପୁର ଜିଲ୍ଲାରୁ ୩୩୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମାଲକାନଗିରି ଜିଲ୍ଲାରୁ ୧୪୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୧୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୧୭ଜଣ, ଯାଜପୁର ଜିଲ୍ଲାରୁ ୩୮୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୯୧ଜଣ, କେନ୍ଦୁଝର ଜିଲ୍ଲାରୁ ୨୨୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୭୧୦ଜଣ, କୋରାପୁଟ ଜିଲ୍ଲାରୁ ୨୮୯ଜଣ,ନୟାଗଡ଼ ଜିଲ୍ଲାରୁ ୨୬୧ଜଣ, ନୂଆପଡ଼ା ଜିଲ୍ଲାରୁ ୨୨୦ଜଣ, ପୁରୀ ଜିଲ୍ଲାରୁ ୩୯୦ଜଣ, ରାୟଗଡ଼ା ଜିଲ୍ଲାରୁ ୨୪୫ଜଣ, ସମ୍ବଲପୁର ଜିଲ୍ଲାରୁ ୫୩୮ଜଣ, ସୋନପୁର ଜିଲ୍ଲାରୁ ୨୫୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୪୧ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୬୭ଜଣ ରହିଛନ୍ତି ।